ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁନ ୧୭ ଯାଏଁ ରାଜ୍ୟରେ ବଢ଼ିଲା ଲକ ଡାଉନ | ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଅବଧି ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ। ଏଥିସହ ସପ୍ତାହାନ୍ତ ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ ୧୭ ସକାଳ ୬ଟା ଯାଏଁ ଲକ୍ଡାଉନ୍ ଅବଧି ଲାଗୁ କରାଯାଇଛି। ହେଲେ ଲକ୍ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ହେଲେ ସପ୍ତାହାନ୍ତ ସଟ୍ଡାଉନ୍ ଅବଧି ବଢାଯାଇ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ୬ଟା ଯାଏଁ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି। ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍କୁ ଛାଡ଼ି ବାକି ସବୁ ଦୋକାନ ଖୋଲା ରହିବ। ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ ଏବଂ ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକଡାଉନ୍ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଆଜି ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।
More Stories
ରାଜଧାନୀରେ ହାଇଡ୍ରାମା: ରିସେପ୍ସନ୍ ଭୋଜିରୁ ବରକୁ ଉଠାଇନେଲା ପ୍ରେମିକା….
ଶ୍ରୀମନ୍ଦିରରେ ସୁରକ୍ଷା ହେବ ଆହୁରି କଡାକଡି……
ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର…..