Report Card Odisha

| Daily Odia News

ଋାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରସ୍ତୁତି, ବୟସ୍କଙ୍କୁ ମିଳିବ ଟିକା

ଭୁବନେଶ୍ୱର (ବିବିଏମ୍ ଟିଭି ବ୍ୟୁରୋ): ମାର୍ଚ୍ଚ ୧ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବିଏମସି କମିଶନରଙ୍କ ପକ୍ଷରୁ କରୋନା ଟିକାକୁ ନେଇ ସମୀକ୍ଷା ବୈଠକ । ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି (ବିଡିଏ) ଅଫିସ ପରିସରରେ ବିଏମସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ କରୋନା ଭ୍ୟାକ୍ସିନ ଟିକାକରଣ ପାଇଁ ତୃତୀୟ ଷ୍ଟେଜ୍‌ରେ ୧୨ଟି ସରକାରୀ ହସପିଟାଲ ସମେତ ୧୦ଟି ଘରୋଇ ହସ୍ପିଟାଲରେ ଆସନ୍ତା ମଙ୍ଗଳବାର ଠାରୁ ଟିକାକରଣ ହେବ । ଏନେଇ ଟିକା ନେବାକୁ ଥିବା ବ୍ୟକ୍ତିବିଶେଷ ସୋମବାର ରେଜିଷ୍ଟ୍ରେସନ କରିବେ । ୪୫ ବର୍ଷରୁ ଉଦ୍ଦ୍ୱର୍ ବୟସ୍କ ବ୍ୟକ୍ତି ମଧ୍ୟ ଟିକା ନେଇପାରିବେ । ଏଥିପାଇଁ ସରକାରୀ ହସ୍ପିଟାଲରେ ବିନାଶୁଳ୍କ ରେ ଟିକାନେବାକୁ ବ୍ୟବସ୍ଥା ହୋଇଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ନେବାକୁ ହେଲେ ୧୦୦ ଟଙ୍କା ଦେୟ ଦେବାକୁ ହେବ ।
ସେପଟେ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ କଡାକଡି ଭାବେ ପାଳନ ହେବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି । ଯେଉଁମାନେ ନିୟମକୁ ପାଳନ ନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି । ଓ ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ୭ ଦିନ ପାଇଁ ହୋମ୍ ଆଇସୋଲେସନରେ ରଖାଯିବ ।

Breaking News