ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ‘ଅନୁସୂଚିତ ଜାତି’ ଶଦ୍ଦକୁ ଗୁରୁତ୍ବ ଦେଇଛନ୍ତି। ‘ହରିଜନ’ ଶଦ୍ଦ ବଦଳରେ ‘ଅନୁସୂଚିତ ଜାତି’ ଶଦ୍ଦ ବ୍ୟବହାର କରିବା ନେଇ ଚିଠି ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଏହି ଚିଠି ଅନୁସାରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ‘ହରିଜନ’ ଶଦ୍ଦ ବ୍ୟବହାର ହୋଇପାରିବ ନାହିଁ। ଜାତି ପ୍ରମାଣପତ୍ରରେ ମଧ୍ୟ ହରିଜନ ଶଦ୍ଦକୁ ବ୍ୟବହାର କରାଯାଇ ପାରିବ ନାହିଁ। ଅର୍ଥାତ ଜାତି ପ୍ରମାଣପତ୍ରରେ ମଧ୍ୟ ‘ଅନୁସୂଚିତ ଜାତି’ ଶଦ୍ଦ ବ୍ୟବହାର କରାଯିବ। ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। କେନ୍ଦ୍ର ସରକାର ‘ହରିଜନ’ ଶଦ୍ଦକୁ ବହୁ ବର୍ଷ ହେଲା ରଦ୍ଦ କରିଦେଇଛନ୍ତି। ଧୀରେଧୀରେ ଏହି ଶଦ୍ଦ ମଧ୍ୟ ତାର ଅସ୍ଥିତ୍ବ ହରାଇ ‘ଅନୁସୂଚିତ ଜାତି’ ଶଦ୍ଦର ଲୋକପ୍ରିୟତା ବଢ଼ି ଚାଲିଛି।






More Stories
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..
ରାଜଧାନୀରେ ବୁଲିଲା ଖଣ୍ଡା…..
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..