Report Card Odisha

| Daily Odia News

ଯୁବକଙ୍କୁ ଛୁରାମାଡ…..

ରିପୋର୍ଟ କାର୍ଡ / ଚମ୍ପୁଆ

ବସଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ ହୋଇଛି | ଏଭଳି ଘଟଣା ଘଟିଛି ବଡବିଲ ଚମ୍ପୁଆରେ । ସୂଚନା ଅନୁଯାୟୀ, ବଡବିଲର ପୁରୁଣା ବସ ଷ୍ଟାଣ୍ଡରେ ଜଣେ ଯୁବକଙ୍କ ଉପରେ ହତ୍ୟା ଲାଗି ଉଦ୍ୟମ କରାଯାଇଛି । ଯୁବକ ଜଣକ ଛୁରାମାଡରେ ଆହତ ହୋଇଛନ୍ତି । ଯୁବକ ଜଣକ ଠିଆ ହୋଇଥିବା ବେଳେ ହଠାତ ଜଣେ ଦୁର୍ବୃତ୍ତ ଆସି ପେଟରେ ଛୁରୀ ଭୁସି ଫେରାର ହୋଇଯାଇଛି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତର ଯୁବକଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଏହି ମାମଲାର ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି |

Breaking News