ରିପୋର୍ଟ କାର୍ଡ / ପୁରୀ
ଇଂରାଜୀ ନବବର୍ଷ ୨୦୨୫ କୁ ସ୍ଵାଗତ କରିବାକୁ ଉତ୍ସାହିିତ ସମସ୍ତେ | ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶିଷ ନେବାକୁ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ଏବଂ ଆସନ୍ତାକାଲି ଭକ୍ତମାନେ କେବଳ ସିଂହଦ୍ଵାର ପଟେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଲାଗୁ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏବେ ଭିଡ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ। ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରାଯିବ। ସରକାର ଭକ୍ତଙ୍କ ଭିଡ ସମ୍ପର୍କରେ ଟିକନିକ୍ ଖବର ନେଉଥିବା କହିଛନ୍ତି ମନ୍ତ୍ରୀ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..