ରିପୋର୍ଟ କାର୍ଡ / ଭଦ୍ରକ
ଦୁଇ ଜଣ ଯୁବକଙ୍କୁ ଦିଲ୍ଲୀ ପୋଲିସର ଗିରଫ ଘଟଣାରେ ଭଦ୍ରକ ଏସ୍ପି ମନୋଜ ରାଉତ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀ କାର୍ ବ୍ଲାଷ୍ଟ କେସ ସହ ଏମାନଙ୍କର କୌଣସି ସଂପର୍କ ନାହିଁ । ଅନ୍ଲାଇନ୍ ଠକେଇ କେସ୍ରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଡିଜିଟାଲ୍ ଆରେଷ୍ଟ କେସ୍ରେ ବ୍ୟବହାର ମୋବାଇଲ ନମ୍ବର ଏହି ଠାରୁ ଯାଇଥିଲା । ତେଣୁ ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ । ଦିଲ୍ଲୀ ପୋଲିସ ଏନେଇ ଭଦ୍ରକ ପୋଲିସକୁ ସ୍ପଷ୍ଟ ତଥ୍ୟ ଦେଇସାରିଛି ।ଦିଲ୍ଲୀ ସାହିନବାଗ ଥାନା ପୋଲିସ ଯାଜପୁର ଓ ଭଦ୍ରକ ମଞ୍ଜୁରୀରୋଡ୍ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଥିଲା। ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ୍ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା । ଏହାପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଯାଇଛି। ସେବେଠାରୁ ରାଜ୍ୟରେ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ଉଭୟ କୁଆଡେ ଦିଲ୍ଲୀ ବ୍ଲାଷ୍ଟ କେସ୍ରେ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଭଦ୍ରକ ଏସ୍ପି ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି । ସେ କହିଛନ୍ତି ଯେ, । ଦିଲ୍ଲୀ କାର୍ ବ୍ଲାଷ୍ଟ କେସ ସହ ଏମାନଙ୍କର କୌଣସି ସଂପର୍କ ନାହିଁ । ଅନ୍ଲାଇନ୍ ଠକେଇ କେସ୍ରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଡିଜିଟାଲ୍ ଆରେଷ୍ଟ କେସ୍ରେ ବ୍ୟବହାର ମୋବାଇଲ ନମ୍ବର ଏହି ଠାରୁ ଯାଇଥିଲା । ତେଣୁ ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ । ଦିଲ୍ଲୀ ପୋଲିସ ଏନେଇ ଭଦ୍ରକ ପୋଲିସକୁ ସ୍ପଷ୍ଟ ତଥ୍ୟ ଦେଇସାରିଛି ।






More Stories
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ…..
ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ……
ରାମ୍ପ୍ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…..