Report Card Odisha

| Daily Odia News

ମହିଳାମାନଙ୍କୁ ୧ ବର୍ଷ ମାତୃତ୍ବ ଛୁଟି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟ ସରକାର ଏଣିକି କର୍ମଚାରୀମାନଙ୍କୁ ବର୍ଷକର ମାତୃତ୍ୱ ଛୁଟି ଏବଂ ଏକ ମାସର ପିତୃତ୍ୱ ଛୁଟି ପ୍ରଦାନ କରିବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଗୁରୁତ୍ବପୂର୍ଣ୍ଣ‌ ଘୋଷଣା କରିଛନ୍ତି। ସିକ୍କିମ୍ ଷ୍ଟେଟ୍‌ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରାଯିବା ପରେ ରାଜ୍ୟବାସୀଙ୍କ ଖୁସିର ସୀମା ନାହିଁ। ଏହି ଲାଭ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଖୁବ ଶୀଘ୍ର ଏ ନେଇ ଆହୁରି ଅଧିକ ତଥ୍ୟ ପ୍ରଦାନ କରାଯିବ। ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ତେବେ ଏହି ରାଜ୍ୟର ଜନସଂଖ୍ୟା ସବୁଠାରୁ କମ୍‌ ୬.୩୨ ଲକ୍ଷ ଲୋକ ଅଛନ୍ତି। ତମାଙ୍ଗ ଏସଏସ୍‌ସିଏସ୍‌ଓଏକୁ ସମ୍ବୋଧନ କରି ଆହୁରି ବି କହିଛନ୍ତି ଯେ ସିକ୍କିମ ଏବଂ ଏହାର ଲୋକଙ୍କ ଅଭିବୃଦ୍ଧି ତଥା ବିକାଶରେ ଏହି ଅଧିକାରୀମାନେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ ଅଟନ୍ତି। ସେ କହିଛନ୍ତି ଯେ ସିଭିଲ ସର୍ଭିସ ଅଧିକାରୀଙ୍କ ପାଇଁ ପଦୋନ୍ନତି ପ୍ରକ୍ରିୟାକୁ ସରଳ କରିବା ଉପରେ ଅଧିକ ଧ୍ୟାନ ଦିଆଯାଇଛି, ଯାହାଦ୍ୱାରା ପଦୋନ୍ନତି ସଂଖ୍ୟା ବୃଦ୍ଧି ପାଇବ। ସେ ସମସ୍ତ ନୂତନ ଆଇଏଏସ୍ ଏବଂ ଏସସିଏସ୍ (ସିକ୍କିମ୍ ସିଭିଲ୍ ସର୍ଭିସେସ୍) ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Breaking News