ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍ରେ ଏହି ଧମକ ଦିଆଯାଇଛି। ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଉକ୍ତ ଇ-ମେଲ୍ ଆସିଛି। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସଲମାନଙ୍କ ଟିମ୍ ପକ୍ଷରୁ ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ଉପରୋକ୍ତ ୩ ଜଣଙ୍କ ନାମରେ ରବିବାର ମାମଲା ରୁଜୁ କରିଛି। ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଥିବାରୁ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଇ-ମେଲରେ ଉଲ୍ଲେଖ କରାଯାଇଛି ଯେ ଆପଣଙ୍କ ବସ୍ ସଲମାନ ଖାନ୍ ଙ୍କ ସହିତ ଗୋଲ୍ଡି ବ୍ରାର୍ କଥା ହେବାକୁ ଆଗ୍ରହୀ। ଏଥିସହିତ ନିକଟରେ ଜେଲରୁ ଲରେନ୍ସ ବିଷ୍ଣୋଇ ଦେଇଥିବା ସାକ୍ଷାତକାର ପ୍ରସଙ୍ଗ ଏଥିରେ କୁହାଯାଇଛି। ସଲମାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ବିଷ୍ଣୋଇ କହିଥିଲେ। ଏହି ସାକ୍ଷାତକାର ତୁମ ବସ୍ ଦେଖିଥିବେ। ଯଦି ସେ ଦେଖିନାହାନ୍ତି ତାଙ୍କୁ ଦେଖାଇ ଦିଅ। ଯଦି ପ୍ରସଙ୍ଗର ସମାଧାନ ଚାହ ତାହେଲେ ଗୋଲ୍ଡି ବ୍ରାରଙ୍କ ସହ କଥା ହୁଅ। ଏପରିକି ସାମନାସାମ୍ନି କଥା ହେବା ପାଇଁ ମଧ୍ୟ ଏଥିରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..