ରିପୋର୍ଟ କାର୍ଡ / ଭୁବନେଶ୍ୱର
୯ ଦଫା ଦାବି ରଖି ୧୭ ତାରିଖ ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ପାଇଁ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ। ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। ପରିବହନ କମିସନର କାର୍ଯ୍ୟକାରୀ କରୁ ନାହାନ୍ତି। ସେଥିପାଇଁ ବସ୍ ଚଳାଚଳ ବନ୍ଦହେବ | ସଂଘ ପକ୍ଷରୁ ୧୫ ବର୍ଷ ପୁରୁଣା ଗାଡ଼ି ଚଳାଚଳରେ କଟକଣା ସହିତ ରାଜ୍ୟ ସରକାରଙ୍କ ସ୍କ୍ରାପିଂ ନୀତିକୁ ବିରୋଧ, ବସ୍ ପରମିଟ୍ ପାଇଁ ଗାଡ଼ି ସହିତ ତୃତୀୟ ପକ୍ଷକୁ ହସ୍ତାନ୍ତର ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶକୁ ପରିବହନ କମିସନର କାର୍ଯ୍ୟକାରୀ କରାଯିବା, ସ୍ଲିପର ବସକୁ ଦିନ ବେଳା ଚଳାଇବା ପାଇଁ ଅନୁମତି, ମଙ୍ଗୁଳି-ସମ୍ବଲପୁର, ବରଗଡ଼-ବଲାଙ୍ଗୀର ଭଳି ଖରାପ ହୋଇ ପଡ଼ିଥିବା ରାଜ୍ୟ, ଜାତୀୟ ରାଜପଥକୁ ମରାମତି କରି କାର୍ଯ୍ୟକ୍ଷମ କରାଯିବା, ସବୁ ବସଷ୍ଟାଣ୍ଡ ପାଇଁ ସମାନ ପାର୍କିଂ ଫି’, ବସ୍ ରଖିବା, ଯାତ୍ରୀଙ୍କ ପାଇଁ ବିଶ୍ରାମ ଘର ଯୋଗାଇବା, ବିନା ପରମିଟ୍ରେ ରାଜ୍ୟ ଏବଂ ଜାତୀୟ ରାଜପଥରେ ମୋ ବସ୍ ଚଳାଚଳ ବନ୍ଦ ଆଦି ଦାବି ରହିଛି। ସଂଘ କହିଛି, ରାଜ୍ୟ ସରକାରଙ୍କ ସହିତ ୪ଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। ରାଜ୍ୟ ସରକାର ଦାବି ପୂରଣ ପାଇଁ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ହୋଇନାହିଁ। ତେଣୁ ଏହାକୁ ନେଇ ରାଜ୍ୟ ବସ୍ ମାଲିକ ସଂଘର ୫ ନମ୍ବର ଜୋନ ଅନ୍ତର୍ଗତ ବସ ମାଲିକ ସଂଘ କର୍ମକର୍ତ୍ତାମାନେ ବୈଠକ କରିଥିଲେ। ଏଥିରେ ଭୁବନେଶ୍ବର, ଖୋର୍ଧା, ନୟାଗଡ଼, ପୁରୀ, ନିମାପଡ଼ା, ଦଶପଲ୍ଲା, ଲିଙ୍ଗରାଜ, ରାଜଧାନୀ, ଟାଉନବସ, ଭୁବନେଶ୍ବର, ଶ୍ରୀକ୍ଷେତ୍ର, ପୁରୀ, ରାମଚଣ୍ଡୀ, କାକଟପୁର, ସୁନାଖଳା, ନିରାକାରପୁରର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏହି ଦାବି ପୂରଣ ପାଇଁ ପୁନର୍ବାର ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..