ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଫଳରେ ତିନି ଜଣ ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ପାଇଲଟ୍ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ମୃତାହତଙ୍କ ବିଷୟରେ ବାୟୁସେନା ପକ୍ଷରୁ ଏଯାବତ୍ କୌଣସି ସୂଚନା ଦିଆ ଯାଇନାହିଁ। ଅଗ୍ନିଶମ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଆଧାରରେ ଦକ୍ଷିଣ କୋରିଆର ଗଣମାଧ୍ୟମରୁ ଏହି ସୂଚନା ମିଳିଛି । ଦକ୍ଷିଣ କୋରିଆ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ପୂର୍ବ ସହର ସାଚେଓନ୍ର ବିମାନ ଘାଟି ନିକଟରେ ପୂର୍ବାହ୍ନ ସମୟରେ ଘଟିଛି ଏହି ଦୁର୍ଘଟଣା। କେଟି-୧ ବିମାନ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ମୃତାହତଙ୍କ ବିଷୟରେ ଜାଣିବାକୁ ତନାଘନା ଚାଲିଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ୩୦ରୁ ଊର୍ଦ୍ଧ୍ବ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..