ରିପୋର୍ଟ କାର୍ଡ / ବାରିପଦା
ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାର ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ୩ ଶିକାରୀ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତର ବାସିନ୍ଦା। ସେମାନେ ହେଲେ ଅନନ୍ତପୁର ଗ୍ରାମର ବୁଧୁରାମ ହାଁସଦା, ବଡ଼ଖମଣ ଗ୍ରାମର ମୁନିରାମ ହେମ୍ବ୍ରମ ଓ ମାଧବ ସିଂ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ଧରିବା ସକାଶେ ବ୍ୟବହୃତ ହେବାକୁ ଥିବା ଏକ ଫାଶ ମଧ୍ୟ ଜବତ କରାଯାଇଛି।






More Stories
୨୦୨୭ରୁ ନୂଆ ନିୟମ ଲାଗୁ…..
ବ୍ୟବସାୟୀଙ୍କୁ ହତ୍ୟା…..
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……