Report Card Odisha

| Daily Odia News

ବୃଦ୍ଧା ଙ୍କୁ ଟାଣି ନେଇ ଖାଇଗଲା ମହାବଳ ବାଘ….

ରିପୋର୍ଟ କାର୍ଡ / ନୂଆପଡ଼ା

ମହାବଳ ବାଘ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି | ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡ଼େଇ ଗାଁରେ। ମୃତ ବୃଦ୍ଧ ଜଣଙ୍କ ହେଲେ ସାନମତି ବାରିକ। ତାଙ୍କୁ ୬୫ ବର୍ଷ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସାନମତି ଘର ପାଖ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ମହାବଳ ହାବୁଡ଼ରେ ପଡ଼ିଯାଇଥିଲେ । ମହାବଳଟି ତାଙ୍କୁ ଜଙ୍ଗଲକୁ ଟାଣି ନେଇଥିଲା । ବୃଦ୍ଧାଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ବାଘଟି ଭୟଭୀତ ହୋଇ ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି |

Breaking News