Report Card Odisha

| Daily Odia News

ଟିକା ନେଇ ନଥିଲେ ଖୋଲି ପାରିବେନି ଦୋକାନ…..

ରିପୋର୍ଟ କାର୍ଡ / ଗଞ୍ଜାମ

କରୋନା ସଂକ୍ରମଙ୍କୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନୂଆ ତରିକା ଆପଣେଇଥାନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଲକ ଡାଉନ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ କର୍ମଚାରୀଙ୍କୁ ଟିକା ଦେଇ ସେସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ଆଗରେ ମାରିବେ । ଫଳରେ ଗ୍ରାହକମାନେ ଦୋକାନୀ ଟିକା ନେଇଥିବା ଜାଣିପାରିବେ । ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ । ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବ । ଯଦି ଦୋକାନୀ ଟିକା ନେଇନଥିବେ ଓ ସେସମ୍ପର୍କିତ ପ୍ରମାଣପତ୍ର ଦୋକାନ ଆଗରେ ଦେଖାଇ ନଥିଲେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳ କହିଛନ୍ତି, ଜିଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ଏଥିସହ ବୃହତ ବଜାର ଓ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଗତକାଲିଠାରୁ ଜୋରଦାର ହୋଇଛି ଟିକାକରଣ ଅଭିଯାନ ।

Breaking News