ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁପି ଏଟିଏସ୍ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଥିବା ଗ୍ୟାଙ୍ଗକୁ ଗିରଫ ହୋଇଥିଲେ | ଏହି ଧର୍ମ ପରିବର୍ତ୍ତନ ମାମଲାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ମଧ୍ୟ ଲଗାଯିବ । ଏହାସହ ଯିଏ ଦୋଷୀ ତାଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଯେଉଁମାନେ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେ ସମସ୍ତ ଲୋକଙ୍କ ସମ୍ପତ୍ତି ବି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଉଲ୍ଲେଖ ଯୋଗ୍ୟକି ସୋମବାର, ୟୁପି ଏଟିଏସ୍ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଥିବା ବଡ ଗ୍ୟାଙ୍ଗକୁ ଗିରଫ କରିଥିଲା । ଦିଲ୍ଲୀରୁ କାର୍ଯ୍ୟ କରୁଥିବା ଏହି ଗ୍ୟାଙ୍ଗ ବହୁ ସଂଖ୍ୟକ ଲୋକଙ୍କୁ ଟଙ୍କା, ବିବାହ ଏବଂ ଚାକିରିର ଲୋଭ ଦେଇ ଧର୍ମ ପରିବର୍ତ୍ତନ କରୁଥିଲେ । ଦୀର୍ଘ ଦିନ ପରେ ୟୁପି ଏଟିଏସ୍ ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଅଧିକାଂଶ ହିନ୍ଦୁ ମୁସଲମାନ ହୋଇଛନ୍ତି ।
More Stories
ପଦାର୍ଥ ବିଜ୍ଞାନରେ ନୋବେଲ୍ ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ…..
ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..
ଭିନେଶ ଯେଉଁଠି ବି ପାଦ ରଖନ୍ତି,ତାହା ନଷ୍ଟ ହୋଇଯାଏ…..