ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱରେ କରୋନା ଦୀର୍ଘଦିନ ହେବ କାୟା ବିସ୍ତାରକରି ରଖିଛି | ଆମେରିକାରେ କରୋନା ସ୍ଥିତି ପୁଣି ନିୟନ୍ତ୍ରଣ ବାହାରେ। କରୋନା ସଂକ୍ରମଣରେ ଭାରତକୁ ଟପିଛି ଆମେରିକା। ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି ପାଇବା ପଛର କାରଣ ହେଉଛି କରୋନାର ପ୍ରମୁଖ ପ୍ରଜାତି ଡେଲ୍ଟା । ତେବେ ଆମେରିକାରେ ଅଧାରୁ ଅଧିକ ଲୋକ ଟିକାକରଣ କରିସାରିଥିବା ବେଳେ ବାଇଡେନ୍ ସରକାର ଜନସାଧାରଣଙ୍କ ପାଇଁ କରୋନା କଟକଣା କୋହଳ କରିଥିଲେ। ଏହାପରେ ସଂକ୍ରମଣ ବଢିବା ଯୋଗୁ ପୁଣି ଥରେ ଦେଶରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଛନ୍ତି ବାଇଡେନ୍ ସରକାର। ଟିକା ନେଇଥିଲେ ବି ମାକ୍ସ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ୍ ବୋଲି ଆମେରିକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି। ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ କାରଣରୁ ଆମେରିକାର କରୋନାଭାଇରସ୍ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଯାହା ଭାରତରେ ଉତ୍ପନ୍ନ ହୋଇଥିଲା। କିନ୍ତୁ ଶୀଘ୍ର ଓ ସହଜରେ ବ୍ୟାପିଥାଏ।






More Stories
ପୁଣି ହେବ NEET (UG) ୨୦୨୬ ପରୀକ୍ଷା…..
ଚିନି ରପ୍ତାନି ବନ୍ଦ କଲା ଭାରତ…..
କେରଳର ନୂଆ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ….