ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି | ସୋମବାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜ ନୂଆ ସାଥୀଙ୍କ ସହ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଟିନା ଡାବି, ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି | ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ | ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି। ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ | ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠିପାରିନଥିଲା | ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..