Report Card Odisha

| Daily Odia News

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୋଟ ୬ ଜଣଙ୍କ ନାମ ଘୋଷଣା କରାଯାଇଛି। ଉପ-ନିର୍ବାଚନ ପାଇଁ ସୀତାଇରୁ ସଂଗୀତା ରୟଙ୍କୁ ଟିଏମସି ଟିକେଟ୍ ଦେଇଛି। ମଦାରିହାଟ୍ ଅନୁସୂଚିତ ଜାତି ସଂରକ୍ଷିତ ଆସନରୁ ଜୟ ପ୍ରକାଶ ଟପ୍ପୋ, ତଲଡଙ୍ଗାରରୁ ଫାଲ୍ଗୁନି ସିଙ୍ଗାବାବୁ, ମେଦିନୀପୁରରୁ ସୁଜୟ ହାଜରା, ହରୋଆରୁ ଶେଖ ରବିଉଲ ଇସଲାମ ଏବଂ ନାଇହାଟିରୁ ସନତ ଦେଙ୍କୁ ଟିକେଟ୍ ଦିଆଯାଇଛି। ଟିଏମସିର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବିରୋଧୀ ବାମଦଳ ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ନଭେମ୍ବର ୧୩ ରେ ରାଜ୍ୟର ୬ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଏହି ଉପ-ନିର୍ବାଚନର ଫଳାଫଳ ୨୩ ନଭେମ୍ବରରେ ପ୍ରକାଶ ପାଇବ |

Breaking News