Report Card Odisha

| Daily Odia News

ଆଜି ରାଜ୍ୟରେ ୮୨ ନୂଆ କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶରେ କେତକ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ହେଉଛି | ରାଜ୍ୟରୁ ଆଜି ୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଂକ୍ରାମିତଙ୍କ ମଧ୍ୟରୁ ୪୮ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୮ ହଜାର ୪୦୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୭୯୬ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୩୮ ଜଣ। ଚିହ୍ନଟ ହୋଇଥିବା ସଂକ୍ରାମିତଙ୍କମଧ୍ୟରେ ରହିଛନ୍ତି-ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବା‌ଲେଶ୍ବରରୁ ୬ ଜଣ, ବରଗଡ଼ରୁ ୭ ଜଣ, ବଲାଙ୍ଗୀରରୁ ୪ ଜଣ, କଟକରୁ ୫ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତ୍‌ସିଂହପୁରରୁ ୨ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୯ ଜଣ, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୪ ଜଣ, ନୂଆପଡ଼ାରୁ ୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Breaking News