Report Card Odisha

| Daily Odia News

ଆଜିର ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଷ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ଅର୍ଥ ପ୍ରାପ୍ତ ହେବେ। କାର୍ୟ୍ୟରେ ସଫଳତା ମିଳିବ।
ବୃଷ: କର୍ମଚଞ୍ଚଳ ରହିବେ। ଶୁଭ ସମ୍ବାଦ ମିଳିପାରେ। କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରି କାର୍ୟ୍ୟ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ୟ୍ୟ ପାଇ ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ।
ମିଥୁନ: କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମହିଳାଗୋଷ୍ଠୀର ସହାୟକ ହେବେ।
କର୍କଟ: ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଆର୍ଥିକ ଅବସ୍ଥା ମାନ୍ଦା ରହିବ। କାର୍ୟ୍ୟରେ ବିଘ୍ନ ଉପୁଜି ପାରେ। ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ସନ୍‍ମାର୍ଗୀ ହେବେ। ପାପୀକୁ ଘୃଣା କରିବେ।
ସିଂହ: ଆଶ୍ୱସନା ପାଇ ମନରେ ଉପୁଜି ଥିବା ଉଦ୍‍ବେଗ ପ୍ରଶମିତ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ୟ୍ୟ କରଣୀୟ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କନ୍ୟା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ସମାଚାର ମିଳିପାରେ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଶୁଭକାର୍ୟ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଅବିବାହିତଙ୍କର ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ଋଣ ପରିଶୋଧ କରିବେ।
ତୁଳା: ଭଲ ରୋଜଗାର ହେବ। ବଳକା ପାଣ୍ଠିରେ ସଞ୍ଚୟାଭିମୁଖୀ ହୋଇପାରନ୍ତି। ବାଣିଜ୍ୟ କାରବାର ଉତ୍ତମମାନର ହେବ। ଅଧ୍ୟୟନରତ ହୋଇପାରନ୍ତି। ପ୍ରଚୁର ଅର୍ଥ ମିଳିବାର ସୂଚିତ ହେଉଛି।
ବିଛା: ବାସଗୃହ ପ୍ରଦୂଷଣମୁକ୍ତ ହୋଇପାରେ। ପରିଶ୍ରମ ଯେତେ କଠିନ ହେଉ ପଛେ ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିକ। ଯାନବାହନ ସୁଖ ମିଳିବ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ମକର: ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ନୀତିରୁ ବିଚ୍ୟୁତ୍‍ ହେବ ନାହିଁ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ। ସୁସ୍ଥ ରହିବେ। ମାନସିକ ସ୍ତରରେ ଆଶାୟୀ ହେବ। ସୁସମ୍ବାଦ ପାଇବେ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ଉଣା ହେବ ନାହିଁ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: ଧର୍ମକାର୍ୟ୍ୟରେ ଲିପ୍ତ ଥାଇବି ଅହେତୁକ ବ୍ୟୟ ବୃଦ୍ଧି ଘଟିପାରେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦ୍ରଷ୍ଟା ସାଜି ପାରନ୍ତି। ସ୍ନେହ ବୋଳା କଥାରେ ପରକୁ ଆପଣାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ରୂପବାନ୍‍ ହୋଇପାରନ୍ତି।

Breaking News