ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟୀକା ନେଇଛନ୍ତି। ପ୍ରଥମ ଡୋଜ୍ ନେବାର ୩୭ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଏମସରେ କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ମୋଦି ଟୀକା ନେବା ସମୟର ଏକ ଫଟୋ ସେୟାର୍ କରି ଲେଖିଛନ୍ତି, ଆଜି ‘ଏମ୍ସ୍’ରେ କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲି। ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ନାମ ପଞ୍ଜିକରଣ କରନ୍ତୁ। ସୂଚନା ଅନୁଯାୟୀ, ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମକ ୨ ଜଣ ନର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ଦ୍ୱିତୀୟ ଡୋଜ୍ ଟିକା ଦେଇଛନ୍ତି। ମାର୍ଚ୍ଚ ପହିଲାରେ ଶ୍ରୀ ମୋଦୀ ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..