ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଧର୍ମ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାରେ ପଶ୍ଚାତ୍ପଦ ହେବେ ନାହିଁ। କର୍ମଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚରିତ୍ରବାନ୍ ଓ ଗୁରୁଭକ୍ତ ହୋଇପାରନ୍ତି।
ବୃଷ: ଦୃଢ଼ ନିଶ୍ଚୟୀ ହେବେ। ସମୃଦ୍ଧ ଓ ଆଡମ୍ବର ପ୍ରିୟ ହେବେ। ଉଚ୍ଚାଭିଳାଷୀ ଓ ଚତୁର ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ।
ମିଥୁନ: କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି ଆତ୍ମ ବିଶ୍ୱାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାବଧାନ ହେବେ।
କର୍କଟ: ଐଶ୍ୱର୍ଯ୍ୟଶାଳୀ ହେବେ। ଭୂ ସମ୍ପତ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲାଭ ପାଇଁ ଯତ୍ନବାନ ହେବେ। ଧନପାଇଁ କଷ୍ଟ ସହିବ।
ସିଂହ: କୃଷିରୁ ଧନଲାଭ ହୋଇପାରେ। ଯୁକ୍ତିରେ ସମସ୍ତଙ୍କୁ ପରାସ୍ତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାଗଣାରେ ଓ ବିନା ପରିଶ୍ରମରେ ଧନ ପାଇବାକୁ ଇଚ୍ଛା କରିବେ। ଯାନବାହନ ଚଳ ଚଞ୍ଚଳରେ ସତର୍କ ରହିବେ।
କନ୍ୟା: ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଉନ୍ନତି ଓ ସମ୍ମାନ ପ୍ରାପ୍ତି ପାଇଁ ବହୁଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ।
ତୁଳା: କାର୍ଯ୍ୟ ଦକ୍ଷତା ଯୋଗୁଁ ଧନଲାଭ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶତ୍ରୁର ମୁକାବିଲା କରି ବିଜୟୀ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଲୁଚାଛପା କାରବାରରେ ପ୍ରବୀଣ ହୋଇପାରନ୍ତି।
ବିଛା: ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ। ହଠାତ୍ କିଛି ଅର୍ଥ ହାତକୁ ଆସିବ। ଭୂସମ୍ପତ୍ତିର ମାଲିକ ହୋଇପାରନ୍ତି। ସରକାରୀ ବା ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶକ୍ତିଶାଳୀ ଓ କାର୍ଯ୍ୟ ହାସଲ ପାଇଁ ତତ୍ପର ହୋଇପାରନ୍ତି।
ଧନୁ: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି। କୃଷିରୁ ଲାଭପ୍ରାପ୍ତ ହୋଇପାରନ୍ତି। ଉତ୍ତମ ପଦପଦବୀରେ ଆସୀନ ହୋଇପାରନ୍ତି। କାର୍ଯ୍ୟସିଦ୍ଧି ପାଇଁ ସର୍ବଦା ତତ୍ପରତା ପ୍ରକାଶ କରିବେ।
ମକର: ମନ ପ୍ରସନ୍ନ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇବେ। ଉଚ୍ଚାଧିକାରୀଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି। ଧନବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ଭାଗ୍ୟଶାଳୀ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ଶାନ୍ତିପ୍ରିୟ ହେବେ। ନ୍ୟାୟାଧିଶ ହୋଇପାରନ୍ତି। ଉତ୍ତମ ପଦ ପଦବୀ ପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ଓ ନୀତିନିଷ୍ଠ ହେବେ।
ମୀନ: ଶକ୍ତିମାନ୍ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କୂଟନୀତିରେ ଧୂରନ୍ଧର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସତ୍ୟ ଅସତ୍ୟକୁ ଖାମ୍ ଖିଆଲି ଭାବି ପାରନ୍ତି।
More Stories
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..
ଯାନବାହନ ସୁଖ ମିଳିବ….