ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ବୃଷ: ନିଧିପ୍ରାପ୍ତ ହେବେ। ବହୁ ସୁଖର ଅଧିକାରୀ ହେବେ। ଚିତ୍ତ ସନ୍ତୁଷ୍ଟ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବହୁ ମିତ୍ର ଓ ଆତ୍ମୀୟଙ୍କ ସହିତ ସୁଖ ଭୋଗ କରିବେ। ମନ ପ୍ରସନ୍ନ ରହିବ। କୁଳ ପ୍ରଧାନ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ।
କର୍କଟ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥାଇ ମଧ୍ୟ ନିଅଁଟିଆ ପରିସ୍ଥିତି ଉପୁଜିପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ନିଜ ଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠାସନ ପ୍ରାପ୍ତିର ସୁଯୋଗ ଅଛି। ଯୋଗ୍ୟ ପରାମର୍ଶଦାତା ଭାବେ ବିବେଚିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ।
କନ୍ୟା: ବିଷୟାନୁରକ୍ତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। ଉଚ୍ଚ ଆସନରେ ଆସୀନ ହୋଇପାରନ୍ତି। ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ।
ତୁଳା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପ୍ରବୃତ୍ତିକୁ ରୋକିବା ଅସମ୍ଭବ ହୋଇପାରେ; ନିବୃତ୍ତି ଗଲେ ମହା ଫଳପ୍ରାପ୍ତ ହେବେ। ନିସ୍କାମ ଉକ୍ତି ଆଚରଣ କରିପାରନ୍ତି। ମଧୁର କଥରେ ପରକୁ ଆପଣାର କରିବେ।
ବିଛା: ଜଣେ ବିଜ୍ଞ ବ୍ୟକ୍ତିଭାବେ ବରଦାନ ମିଳିବ। ସତ୍ୟ ରଥ ହେବେ। ପ୍ରମଦାପ୍ରିୟ ହୋଇପାରନ୍ତି। ସୁବକ୍ତା ହେବା ଆଶା କରାଯାଏ। ସୁସ୍ଥ ଓ ନିରାମୟ ରହିବେ। ସରକାରୀ ଓ ବେସରକାରୀ ଧନ ପ୍ରାପ୍ତିର ସୁଯୋଗ ଅଛି।
ଧନୁ: ସୁଖ-ସମ୍ମାନ ଲାଭ କରିପାରନ୍ତି। ମହିମାମୟ ହେବେ। ଗ୍ରହପୂଜା ମିଳିବ। ନିଧିପ୍ରାପ୍ତ ହେବେ। ବୁଦ୍ଧି ଓ ସୁବିବେକଯୁକ୍ତ ହେବେ। କୃଷି କାର୍ଯ୍ୟ ଉତ୍ପାଦନକୁ ପ୍ରାଧାନ୍ୟ ଦେବେ। ସରକାରୀ ଅର୍ଥ ମିଳିବ। ସୁସ୍ଥ ଓ ନିରାମୟ ରହିବେ।
ମକର: କର୍ମ ଚଞ୍ଚଳ ରହିବେ। ମହତ୍ ଅଭିଷ୍ଟ ସିଦ୍ଧି ପାଇଁ କାର୍ଯ୍ୟ କରିବେ। ବନ୍ଧୁ ପୁତ୍ର ଓ ପରିବାରବର୍ଗଙ୍କୁ ସାମିଲ କରିବେ। ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: କାର୍ଯ୍ୟରେ ଆତ୍ମସନ୍ତୋଷ ମିଳିିବ। ମନ ପ୍ରସନ୍ନ ରହିବ। ପୁଣ୍ୟ ଅର୍ଜନ କରିପାରନ୍ତି। ଅନ୍ୟର ଦୋଷ ତ୍ରୁଟି ଧରିବାକୁ ସୁପରାମର୍ଶ ଦେଇପାରନ୍ତି। ସାମାନ୍ୟ ଅସୁସ୍ଥତାରୁ ଆଳସ୍ୟ ଅନୁଭବ କରିବା ଆଶା କରାଯାଏ।
ମୀନ: ଉତ୍ତମା ପତ୍ନୀଙ୍କ ପରାମର୍ଶ ନେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ଜ୍ଞାନଗରିମାଯୁକ୍ତ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ବିଶେଷ ସୁଖ ଅନୁଭବ କରିପାରନ୍ତି। ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ମିଳିପାରେ।
Discussion about this post