ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପୁଣ୍ୟ କର୍ମ ହେତୁ ଧନୀ ହେବେ। ପ୍ରଭାବ ବିସ୍ତାର କରିପାରନ୍ତି। ନୀତିନିଷ୍ଠ ହେବେ। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ। ବନ୍ଧୁ ସ୍ନେହୀ ହୋଇପାରନ୍ତି।
ବୃଷ : ଶୌର୍ଯ୍ୟଶାଳୀ ହେବେ। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଧନ ସଞ୍ଚୟ କରିବେ। ଭଲ ଆୟ ହେବ। ଉତ୍ତମ ଭୋଜନ ମିଳିବ।
ମିଥୁନ : ପତ୍ନୀଙ୍କ ବିଳାସ-ବ୍ୟସନରେ ଧନ ବ୍ୟୟ କରିବେ। ପୁତ୍ରର ଭବିଷ୍ୟତ ଗଠନ ପାଇଁ ଅକାତରେ ଅର୍ଥ ବିନିଯୋଗ କରିପାରନ୍ତି। ପାପୀଙ୍କୁ ଆଶ୍ରୟ ଦେବେ। ମହତ ପଣିଆ ହେବେ। ଭାଷା ସ୍ନେହପୂର୍ଣ୍ଣ ହୋଇପାରେ।
କର୍କଟ : ବସ୍ତ୍ର ଓ ବାସନ ବ୍ୟବସାୟ ଲାଭଜନକ ହେବ। କୃଷି କ୍ଷେତରୁ ଆୟ ହେବ। ସାଧୁସେବାରେ ଉପକୃତ ହେବେ। ଶାସ୍ତ୍ର ବିଶାରଦ ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତ ହେବେ।
ସିଂହ : ପରୋପକାରୀ ହେବେ। ପୌରୁଷ କର୍ମା ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତ ହେବେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ବହୁବିଧ ଧନ ପ୍ରାପ୍ତିର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହେବେ।
କନ୍ୟା : ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇ ପ୍ରଶଂସା ପାଇବେ। ଭୋଗୀ ହେବେ। ସୃଜନଶୀଳ ହୋଇପାରନ୍ତି। କୃପା ନିଧାନଙ୍କ କୃପାପାତ୍ର ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇ ଆତ୍ମହରା ହେବେ।
ତୁଳା : ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଉଚ୍ଚ ସ୍ଥାନ ଆରୋହଣ ବିପଦପୂର୍ଣ୍ଣ ହୋଇପାରେ। ଆହାର ମହଜୁଦ ଥାଇ ବି ଉପବାସ ରହିପାରନ୍ତି। କୃଷି କ୍ଷେତରୁ ଆୟ ଆସିବ। ସନ୍ମାର୍ଗୀ ହେବେ।
ବିଛା : କଳାକାର ପତ୍ନୀ ଯୁକ୍ତ ହେବେ। ରାଜପୂଜିତ ହେବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ଗ୍ରାମ ଅଧିପତି ହେବେ। ପରାକ୍ରମଶାଳୀ ହେବା ଆଶା କରାଯାଏ। ବହୁ ପୋଷକ ହେବେ। ଧର୍ମଧ୍ବଜାଧାରୀ ହେବେ।
ଧନୁ : ବିକ୍ରମୀ ହୋଇପାରନ୍ତି। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ। ବୁଦ୍ଧି, ବିବେକ ଓ ପ୍ରଜ୍ଞା ଚକ୍ଷୁରେ ଅବଲୋକନ କରି ଅନୁଶୀଳନ କଲେ ମନଶ୍ଚକ୍ଷୁ ଉନ୍ମିଳିତ ହେବ। ଅଜାତ ଶତ୍ରୁ ହେବା ଆଶା କରାଯାଏ।
ମକର : ଧନବାନ୍ ହେବେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଉପରେ ଉଚିତ ଧ୍ୟାନ ଦେବାକୁ ପଡ଼ିବ। ରାଜପ୍ରାସାଦ ହେତୁକ ସୁଖୈଶ୍ଚର୍ଯ୍ୟ ଭୋଗ କରିପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି।
କୁମ୍ଭ : ସୁଭାଷୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଷ୍ପାଦିରେ ଭୂଷିତ ହୋଇପାରନ୍ତି। କଥାବାର୍ତ୍ତା ଦ୍ବିଅର୍ଥବୋଧକ ହେବ। ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ଦିନଟି ଶିବମୟ ହେବେ।
ମୀନ : ସଙ୍ଗୀତ ପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ବିଦ୍ୟାଅର୍ଜନ କରି ଚରିତ୍ର ଶୁଦ୍ଧି କରିପାରନ୍ତି। କୀର୍ତ୍ତି ସୀମାହୀନ ହୋଇପାରେ। ଭ୍ରାତୃବର୍ଗରେ ମୁଖ୍ୟ ହେବେ। ବିଜ୍ଞ ଓ ଭକ୍ତି ପ୍ରଦାୟକ ହୋଇପାରନ୍ତି।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..