ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୁଯୋଗ ଅଛି। ଉତ୍ତମ ବସ୍ତ୍ର, ରତ୍ନ, ଲାଭ ହୋଇପାରେ। ସରକାରୀ ସ୍ତରରୁ ଅର୍ଥ ଲାଭ ହେବ। ସାହସର ସହିତ ବିପଦର ମୁକାବିଲା କରିବେ।
ବୃଷ: ବାଣିଜ୍ୟ କାରବାର ଲାଭଦାୟକ ହେବ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହୋଇପାରନ୍ତି। ସବୁବର୍ଗ ଲୋକଙ୍କର ପ୍ରିୟପାତ୍ର ହେବେ। ସେବା ପରାୟଣ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମିଥୁନ: ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ଅଜାତ ଶତ୍ରୁ ହୋଇପାରନ୍ତି। ଶ୍ରମ ଓ ନିଷ୍ଠା ପାଇଁ ସମ୍ମାନିତ ହେବେ। ପ୍ରୀତି ଭୋଜନରେ ଆନନ୍ଦ ଉପଭୋଗ କରିବେ।
କର୍କଟ: ଅନ୍ୟର ପେଟ ଚିହ୍ନିବାରେ ଶକ୍ତିସମ୍ପନ୍ନ ହେବେ। ସାରସ୍ବତ ସାଧନରେ ମନୋନିବେଶ କରିବେ। ଜ୍ଞାନ ଦାନ କରି ଲାଭବାନ୍ ହେବେ। ଅନୁଶାସନକୁ ଆତ୍ମ ଶାସନରେ ପରିଣତ କରିପାରନ୍ତି।
ସିଂହ: କୃଛ୍ର ସାଧନାରେ ଦିବ୍ୟଶକ୍ତି ସମ୍ପନ୍ନ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ଦିବ୍ୟ ଚେତନା ପ୍ରାପ୍ତ ହେବେ। ଜୀବନ ସମର୍ପିତ ହେବ। କୃଷି ବିଶାରଦ ଭାବେ ନିଜର ପରିଚୟ ସୃଷ୍ଟି କରିବେ।
କନ୍ୟା: ସତ୍ସଙ୍ଗରୁ ମିଳିବ ଶାନ୍ତି, ତୃପ୍ତି ଓ ପରମ ଆନନ୍ଦ। ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହେବେ। ଶ୍ରଦ୍ଧା ଓ ବିଶ୍ବାସର ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଧନର ଅନ୍ତଃପ୍ରବାହ ପ୍ରବାହିତ ହୋଇପାରେ।
ତୁଳା: ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଆପଣଙ୍କ ଧ୍ୟେୟ ହୋଇପାରେ। ଆପଣଙ୍କ ପୂଜନଶୀଳତା ଅନୁଗାମୀଙ୍କୁ ଦିଗ୍ଦର୍ଶନ ଦେଇପାରେ।
ବିଛା: ଗୁଣର ପ୍ରସାର ଘଟାଇ ପ୍ରତ୍ୟେକ କ୍ଷେତ୍ରରେ ନିଜର ମହାନତା ପ୍ରତିପାଦନ କରିପାରନ୍ତି। ମନର ଲଗାମ ଦେଇ ସମର୍ପିତ ଜୀବନ ଯାପନ କରିବେ। ଆତ୍ମନିର୍ଭରଶୀଳ ହେବେ। ସୁସ୍ବାଦୁ ଭୋଜନ ମିଳିବ।
ଧନୁ: ବିବେକ ରୂପୀ ମହାର୍ଘ ସମ୍ପଦର ସଦ୍ ବ୍ୟବହାର କରିବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅମଳ, କମଳ, ଚରଣ ତଳେ ଧ୍ୟାନବାସ୍ଥିତ ହୋଇପାରନ୍ତି।
ମକର: ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି। କରିତ୍କର୍ମା ହେବେ। ଆୟ ଆଶାନୁରୂପ ହେବ। ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ସମ୍ପନ୍ନ ହେବେ।
କୁମ୍ଭ: ସତ୍ୟପ୍ରଜ୍ଞ ଯୋଗଁୁ ଆପଣଙ୍କ କ୍ରୋଧ ବା ରାଗ ପାଣିର ଗାର ପରି ହେବ। ଦାନ ରୂପକ ବୈଧୀ କର୍ମରେ ନିୟୋଜିତ ହେବେ। ଉପନିଷଦର ‘ମାତୃ ଦେବୋ ଭବ ପରିବର୍ତ୍ତେ ଦରିଦ୍ର ଦେବୋ ଭାବ’ ପ୍ରତି ଧ୍ୟାନ ଦେବେ।
ମୀନ: କାୟୋ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଭାଗ୍ୟଲକ୍ଷ୍ମୀଙ୍କ କୃପାପାତ୍ର ହେବେ। ସାଂସାରିକ ସୁଖ ମିଳିବ। ନିଜେ ନିଜର କର୍ମକୁ ସମୀକ୍ଷା କରି ଗର୍ବ ବା ଅଂହକାରକୁ ବିସର୍ଜନ ଦେଇପାରନ୍ତି।
More Stories
ଧନାଗମର ସୂଚନା ମିଳୁଛି…..
ସୁଖୀ ହେବେ…..
ରାତି୧୦ଟାରେ ଉଠିବ ମହାଦୀପ…..