ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇବେ ଓ ତା’ର ସଦ୍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନ ଶୁଣିବାରେ ଆଗ୍ରହ ପ୍ରକାଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ସ୍ୱାସ୍ଥ୍ୟରେ ଅବନତି ଘଟିବାର ସୂଚନା ମିଳୁଛି। ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କର୍କଟ: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
ସିଂହ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
କନ୍ୟା: ଅଧ୍ୟାପନା ପାଇଁ ପ୍ରସ୍ତୁତି ପୂର୍ବକ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ଅର୍ଥ ମିଳିପାରେ। ସଞ୍ଚୟାଭିମୁଖୀ ହେବେ। ପୁତ୍ର ସୁଖ ମିଳିପାରେ।
ତୁଳା: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବହୁ କଷ୍ଟରେ। ଧୈର୍ଯ୍ୟବାନ୍ ହେବେ। ଯାନବାହନ ସୁଖ ମିଳିପାରେ।
ବିଛା: ଆଶାବାଦୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭବାନ୍ ହେବେ।
ଧନୁ: ଚିନ୍ତାଶୂନ୍ୟ ହୋଇପାରନ୍ତି। ଭାଗ୍ୟବାନ୍ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। ଅଧସ୍ତନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବେ।
ମକର: ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମଧୁର ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କର୍ମକ୍ଷେତ୍ରକୁ ଶାଣିତ କରିପାରନ୍ତି।
ମୀନ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଏପରିକି ସରକାରଙ୍କ ଠାରୁ ସମ୍ମାନ ଲାଭ କରିବା ସହିିତ ଅର୍ଥ ପ୍ରାପ୍ତ ହୋଇପାରନ୍ତି।
Discussion about this post