ରିପୋର୍ଟ କାର୍ଡ / ପୁରୀ
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ। ଓଡିଆ ପରମ୍ପରା ଅନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହେଉଛି। ଆଜି ଠାରୁ ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ। ଏଥିସହ ମହାବୀର ଜୟନ୍ତୀ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ରହିଛି। ଆଜି ମହାପ୍ରଭୁ ଙ୍କ ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରୁ ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ। ଏହା ପରେ ବିମାନରେ ଶ୍ରୀ ହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ନିଆଯାଇ ଆଳତୀ ବନ୍ଦାପନା କରାଯିବ। ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପରାକୁ ରକ୍ଷା କରିବା ପାଇଁ ମହାବୀରଙ୍କ ଜନ୍ମନୀତି ପୂଜାର୍ଚ୍ଚନା ପରେ ପଣା ଏବଂ ଛତୁଆ ଭୋଗ କରାଯିବ। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡିଆ ଘର ଚଳଚଞ୍ଚଳ ହୋଇପଡିଛି। ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..