ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଉଦ୍ଘାଟନୀ ସମାରୋହରେ ଭାଗ ନେବେ ୨୬ ଭାରତୀୟ | କୋଭିଡ କଟକଣା ଯୋଗୁ ନିରାଡମ୍ବର ଭାବେ ଏହି ଉତ୍ସବର ଆୟୋଜନ କରାଯାଉଛି । ଉଦଘାଟନୀ ସମାରୋହରେ ୨୦ ଭାରତୀୟ ଖେଳାଳି ଓ ୬ ଅଧିକାରୀ ସାମିଲ୍ ହେବେ । ମହାମାରୀକୁ ଦୃଷ୍ଟିରେ ରଖି ଉଦଘାଟନୀ ସମାରୋହରେ ଭାଗ ନେବାକୁଥିବା ଖେଳାଳିଙ୍କ ସଂଖ୍ୟା କମ୍ କରାଯାଇଛି । ଅନ୍ୟ ଦଳ ମଧ୍ୟ ଉଦଘାଟନୀ ସମାରୋହରେ ସୀମିତ ସଂଖ୍ୟକ ଆଥଲେଟ୍ ପଠାଇଛନ୍ତି । ଏହି କାରଣରୁ ଏଥର ମାତ୍ର ୨୬ ଭାରତୀୟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ୨୦୬ଟି ରାଷ୍ଟ୍ରର ୧୧ ହଜାରରୁ ଅଧିକ ଖେଳାଳି ଓ ଅଫିସିଆଲ ବିଭିନ୍ନ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତ ପକ୍ଷରୁ ୧୮ଟି କ୍ରୀଡାରେ ୧୧୫ ଜଣ ଖେଳାଳି ଭାଗ ନେବେ ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….