ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ ଓ୍ବେ’ ରେ ଯାତ୍ରା କରିବା ମହଙ୍ଗା ହେବ | ଆସନ୍ତା ଏପ୍ରିଲ ୧ ଠାରୁ ଟୋଲ ଟ୍ୟାକ୍ସ ବୃଦ୍ଧି କରିବାକୁ ଯୋଜନା କରୁଛି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ । ରବିବାର ଏ ନେଇ ସୂଚନା ମିଳିଥିବା ବେଳେ ଟୋଲ୍ ଟ୍ୟାକ୍ସ ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଜାତୀୟ ରାଜପଥ ଦେୟ ନିୟମ ୨୦୦୮ ଅନୁଯାୟୀ ପ୍ରତିବର୍ଷ ଟୋଲ୍ ଶୁଳ୍କରେ ପରିବର୍ତ୍ତନ କରାଯାଇଥାଏ । NHAIର ନିୟଜ ଅନୁଯାୟୀ, ବର୍ଦ୍ଧିତ ଦର ପ୍ରତିବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁ ହୋଇଥାଏ । ଏଥିପାଇଁ ମାର୍ଚ୍ଚ ୨୫ ସୁଦ୍ଧା NHAIର ସମସ୍ତ ପ୍ରୋଜେକ୍ଟ ୟୁନିଟ୍ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବା ପରେ ଏପ୍ରିଲ ପହିଲାରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଜଣାପଡିଛି । କମ୍ ଓଜନ ବିଶିଷ୍ଟ ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ୫% ବୃଦ୍ଧି ପାଇପାରେ । ସେହିଭଳି ଅଧିକ ଓଜନ ଗୁଡିକର ଟୋଲ୍ ଶୁଳ୍କ ୧୦% ବଢିପାରେ । ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ପ୍ରତି କିଲୋମିଟର ପିଛା ୨.୧୯ ଟଙ୍କା ଶୁଳ୍କ ଆକାରରେ ଆଦାୟ କରାଯାଉଛି । ଗତ ବର୍ଷ ଅର୍ଥାତ ୨୦୨୨ରେ ଟୋଲ ଶୁଳ୍କ ୧୦ରୁ ୧୫% ବୃଦ୍ଧି କରାଯାଇଥିଲା । ଯେଉଁଥିରେ ତାରିଫ୍ ପିଛା ଗାଡି ଅନୁଯାୟୀ ୧୦ ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବଢିଥିଲା ଦେୟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୋଲ୍ ପ୍ଲାଜାଗୁଡିକୁ ଉଚ୍ଛେଦ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଟୋଲ୍ ପ୍ଲାଜା ବଦଳରେ କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯିବ । ଏହା ହେଲେ କ୍ୟାମେରା ସିଧାସଳଖ ଗାଡିର ନମ୍ବର ପ୍ଲେଟକୁ ଚିହ୍ନିବା ସହିତ ଆକାଉଣ୍ଟରୁ ସ୍ବୟଂଚାଳିତ ଭାବେ ଟଙ୍କା ପୈଠକ ହୋଇଯିବ । ଏ ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..