ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଉପରକୁ ଟମାଟୋ ମାଡ଼ ହୋଇଛି । ଆଜି ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ଏହି ବିକ୍ଷୋଭ ହୋଇଥିବା ଜଣାପଡିଛି । ଏହା ସହ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବଢ଼ି ଚାଲିବ ବୋଲି ଛାତ୍ର କଂଗ୍ରେସର କର୍ମୀମାନେ ଚେତାବନୀ ଦେଇଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..