ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଉପରକୁ ଟମାଟୋ ମାଡ଼ ହୋଇଛି । ଆଜି ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ଏହି ବିକ୍ଷୋଭ ହୋଇଥିବା ଜଣାପଡିଛି । ଏହା ସହ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବଢ଼ି ଚାଲିବ ବୋଲି ଛାତ୍ର କଂଗ୍ରେସର କର୍ମୀମାନେ ଚେତାବନୀ ଦେଇଛନ୍ତି ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..