ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନଥିବା ନେଇ ସୂଚନା ମିଳିଛି। ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର। ସମସ୍ତଙ୍କ ପରିଚୟ ମିଳିଯାଇଛି। ୫୦ ଜଣ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଯାତ୍ରୀ ବହୁ ଗୁରୁତର ଥିବାରୁ ବିଶାଖାପଟନମକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ। ସେ ଆହୁରି କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ମୃତଦେହ ରେଳରେ ଫସିଥିବା ଜଣାଯାଇଛି। ଏଣେ ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ରିଷ୍ଟୋରେସନ କାମ ଜାରି ରହିଛି। ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ୨୬ଟି ଟ୍ରେନକୁ ବାତିଲ କରାଯାଇଛି।୨୨ ଟ୍ରେନର ଗତିପଥ ପରିବର୍ତ୍ତନ, ୧୧ ଟ୍ରେନ ଆଂଶିକ ବାତିଲ ଓ ୬ ଟ୍ରେନର ଛାଡ଼ିବା ସମୟରେ ପରିବର୍ତ୍ତନ କରାଯାଇଛି। ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..