ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ରେଳକୁ ବାତିଲ କରାଯାଇଛି। ଜୁଲାଇ ୧୫ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ୪ ରେଳ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦ୍ୱୀପ-କଟକ ଏବଂ କଟକ-ଭଦ୍ରକ-କଟକ ବାତିଲ ରହିବ। ମେ ୧୫ରୁ ୧୯ ଯାଏଁ ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର ଓ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ରେଳ ବାତିଲ ହେବ। ସପ୍ତାହର ଶେଷ ଶନିବାର ଓ ରବିବାର ୧୭ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଏବଂ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବାତିଲ ରହିବ। ଜୁଲାଇ ୨୪ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏବଂ ପୁରୀ-ଅନୁଗୋଳ ସ୍ୱତନ୍ତ୍ର ରେଳ ବାତିଲ ଓ ଆଂଶିକ ବାତିଲ କରାଯିବ। ଭୁବନେଶ୍ୱରରୁ ରାଜଧାନୀ ସ୍ୱତନ୍ତ୍ର ରେଳ, ବିଶାଖାପଟନମ-ରାୟପୁର-ବିଶାଖାପଟନମ, ବିଶାଖାପଟନମ-କିରାଣ୍ଡୁଲ-ବିଶାଖାପଟନମ, ବିଶାଖାପଟନମ-କାଚେଗୁଡା-ବିଶାଖାପଟନମ,ବିଶାଖାପଟନମ-କଡପା-ବିଶାଖାପଟନମ ଏବଂ ବିଶାଖାପଟନମ-ଲିଙ୍ଗମପଲ୍ଲୀ-ବିଶାଖାପଟନମ ରେଳ ଜୁଲାଇ ୧୫ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପ୍ରତିଦିନ ଚାଲବ।






More Stories
ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…..
ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍…..
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..