ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ ‘ପ୍ରିମିୟର ପଦ୍ମିନୀ’।ଏହାକୁ ପରିବହନ ବିଭାଗ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇବାସୀ ସୋମବାର ଅର୍ଥାତ ଅକ୍ଟୋବର ୩୦ରୁ ଏହି କଳା-ହଳଦିଆ ଟ୍ୟାକ୍ସି ସେବା ପାଇପାରିବେ ନାହିଁ। ଆସନ୍ତାକାଲି ଏହି ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସିର ଯାତ୍ରା ଶେଷ ହେବ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ। ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୯ ଅକ୍ଟୋବର ୨୦୦୩ରେ ତାରଦେବ ଆର୍ଟିଓରେ ପ୍ରିମିୟର୍ ପଦ୍ମିନୀର ଶେଷ ଟ୍ୟାକ୍ସି ପଞ୍ଜିକୃତ ହୋଇଥିଲା। ସହରରେ କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ। ଏଭଳି ସ୍ଥିତିରେ ମୁମ୍ବାଇରେ ସୋମବାର ଠାରୁ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗଡିବ ନାହିଁ। ସେପଟେ ମୁମ୍ବାଇର କିଛି ଲୋକେ ଅତିକମ୍ରେ ଗୋଟିଏ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସିକୁ ସଂଗ୍ରହାଳୟରେ ସଂରକ୍ଷିତ ରଖିବା ପାଇଁ ଦାବି କରିଛନ୍ତି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..