Report Card Odisha

| Daily Odia News

ଆଫଗାନିସ୍ତାନରୁ ସୈନ୍ୟ ଅପସାରଣକୁ ଇତିହାସ ‘ଯୁକ୍ତିଯୁକ୍ତ, ବିଚାର ବୁଦ୍ଧିସମ୍ପନ୍ନ ଓ ଉପଯୁକ୍ତ ନିଷ୍ପତ୍ତି’ଭାବେ ଲିପିବଦ୍ଧ କରିବ:ବାଇଡେନ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ସ୍ଥିତି ସଂଗୀନ ଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସମସ୍ତ ସମାଲୋଚନାକୁ ଅଗ୍ରାହ୍ୟ କରି କହିଛନ୍ତି ଯେ, ସେଠାରୁ ସୈନ୍ୟ ଅପସାରଣ ପଦକ୍ଷେପକୁ ଇତିହାସ ‘ଯୁକ୍ତିଯୁକ୍ତ, ବିଚାର ବୁଦ୍ଧିସମ୍ପନ୍ନ ଓ ଉପଯୁକ୍ତ ନିଷ୍ପତ୍ତି’ ଭାବେ ଲିପିବଦ୍ଧ କରିବ। ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବାରୁ ତାଲିବାନ କ୍ଷମତା ଅଧିକାର କରିନେଲା। ଫଳରେ ସେଠାରେ ବିଶୃଙ୍ଖଳା ଘଟିବା ସହ ଅନେକ ଜନଜୀବନ ନଷ୍ଟ ହେଲା ବୋଲି ଆମେରିକାକୁ ତୀବ୍ର ସମାଲୋଚନା କରାଯାଉଛି। କିନ୍ତୁ, ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ନିଷ୍ପତ୍ତିକୁ ଅଭ୍ରାନ୍ତ ବୋଲି କହିଛନ୍ତି। ସେ କହିଛନ୍ତି, ମୋର ମନେହୁଏ ଇତିହାସ ଏହାକୁ ‘ଯୁକ୍ତିଯୁକ୍ତ, ବିଚାର ବୁଦ୍ଧିସମ୍ପନ୍ନ ଓ ଉପଯୁକ୍ତ ନିଷ୍ପତ୍ତି’ ଭାବେ ଲିପିବଦ୍ଧ କରିବ। ଏହା ବ୍ୟତିରେକେ, ବାଇଡେନ୍‌ କହିଛନ୍ତି ଯେ, ତାଲିବାନକୁ ମୌଳିକ ନିଷ୍ପତ୍ତି ନେବାକୁ ପଡ଼ିବ। ଦେଶକୁ ଏକତ୍ର କରି ଆଫଗାନିସ୍ତାନବାସୀଙ୍କ ମଙ୍ଗଳ ପାଇଁ ତାଲିବାନ୍‌ ଉଦ୍ୟମ କରୁଛି କି? କିନ୍ତୁ, ଏଭଳି ଉଦ୍ୟମ କେବେ ହେଲେ କୌଣସି ସଙ୍ଗଠନ କରିନାହିଁ। ଯଦି ତାଲିବାନ୍ ଏଭଳି ଉଦ୍ୟମ କରେ, ତେବେ ତା’ର ଆର୍ଥିକ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ଆହୁରି ବ୍ୟାପକ ଅତିରିକ୍ତ ସହାୟତା ଆବଶ୍ୟକ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନ କହୁଛି ଯେ, ସେମାନେ ବୈଧ୍ୟତା ଚାହାଁନ୍ତି। ଅର୍ଥାତ୍ ସେମାନଙ୍କୁ ଅନ୍ୟ ରାଷ୍ଟ୍ରମାନେ ସ୍ବୀକୃତି ଦେବେ ନା, ନାହିଁ। ସେମାନେ ଏକଥା ଅନ୍ୟ ରାଷ୍ଟ୍ରମାନଙ୍କୁ ଏବଂ ଆମ୍ଭଙ୍କୁ ମଧ୍ୟ କହିଛନ୍ତି। ସେମାନେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ରୂପେ ଆମର କୂଟନୈତିକ ପଦକ୍ଷେପ ଉପସ୍ଥିତି ପ୍ରତ୍ୟାହାର କରାଇବାକୁ ଚାହୁଁନାହାନ୍ତି। କିନ୍ତୁ, ଏ ସବୁ ‌କେବଳ ଶୁଣାକଥା। ସେ ପୁଣି କହିଛନ୍ତି ଯେ, ଏଯାବତ୍ ତାଲିବାନ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସେ କହିଛନ୍ତି, ୩୬ ଘଣ୍ଟା ମଧ୍ୟରେ କାବୁଲ୍‌ରୁ ଆମେରିକା ପ୍ରାୟ ୧୧୦୦୦ ‌ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣ କରିସାରିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଅଗଷ୍ଟ ଶେଷ ସୁଦ୍ଧା ସ୍ଥାନାନ୍ତରଣ ଅଭିଯାନ ସମାପ୍ତ କରିବୁ ବୋଲି ଆଶା କରୁଛୁ।

 

Breaking News