ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘଦିନ ହେବ ବିଶ୍ୱବାସୀ କରୋନା ମହାମାରୀ ସହିତ ଦୀର୍ଘଦିନ କରୁଛନ୍ତି | କରୋନା ଲହର ପରେ ଲହର ମାଢି ଆସୁଛି | ଦ୍ଵିତୀୟ ଲହରରେ ସାମାନ୍ୟ ଅଶ୍ଵସ୍ତି ମିଥିବା ବେଳେ ତୃତୀୟ ଲହରକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଉଛନ୍ତି | ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଯଦି ତୃତୀୟ ଲହର ଆସେ, ତେବେ ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ଡିଏମ୍ଟି ସିବିକେ ମହାନ୍ତି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର କି ଅକ୍ଟୋବର ରେ ତୃତୀୟ ଲହର ଆସିବ ଏବଂ ପିକ୍ରେ ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏହି ସମୟରେ ଭାରତରେ ଦୈନିକ ସଂକ୍ରମଣ କେସ୍ ୪ ଲକ୍ଷରୁ ୫ଲକ୍ଷ ମଧ୍ୟରେ ରହିପାରେ । ଯଦି ସେମିତି ହୁଏ, ତେବେ ଓଡିଶାରେ ଦୈନିକି ୧୪ହଜାର ସଂକ୍ରମିତ ଚିହ୍ନଟ ହେବେ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି । ସେ ତୁଳନାରେ ଆମେ ଅଧିକ ପ୍ରସ୍ତୁତ ରହିଛୁ । ଛୁଆମାନଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
Discussion about this post