Report Card Odisha

| Daily Odia News

ବିଧାୟକ ପଦରୁ ଇସ୍ତଫା ଦେଲେ ଇଂ. ରାଜେନ୍ଦ୍ର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଟ ନେତା ତଥା ତେଲେଙ୍ଗାନାର ପୁର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଇଂ. ରାଜେନ୍ଦ୍ର ଶନିବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ଦଳର ସଦସ୍ୟତା ପଦରୁ ମଧ୍ୟ ଉସ୍ତଫା ଦେଇଥିଲେ । ହୁଜୁରାବାଦ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ରାଜେନ୍ଦ୍ରଙ୍କର ତେଲେଙ୍ଗାନା ରାଜନୀତିରେ ବେଶ ଦବଦବା ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କର ସେ ଏକଦା ଖାସ ମଧ୍ୟ ଥିଲେ । ବିଧାୟକ ପଦରୁ ଇସ୍ତଫା ଦେବା ପରେ ରାଜେନ୍ଦ୍ର କହିଛନ୍ତି ଯେ, ମୁଁ ସିଧାସଳଖ ଭାବେ ଦଳର ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ଦେବାକୁ ଚାହୁଁଥିଲି । କିନ୍ତୁ ତାଙ୍କୁ ଭେଟ କରିପାରିନଥିଲି । ଏପରି ପରିସ୍ଥିତିରେ ବିଧାନସଭା ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇଛି । ଇସ୍ତଫା ଦେବା ପୂର୍ବରୁ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ତଫା ଦେବା ପୂର୍ବରୁ ବହୁ ସମର୍ଥକ ଦଳରୁ ଇସ୍ତଫା ଦେଇଦେବା ପାଇଁ କହିଥିଲେ । ତେଲେଙ୍ଗାନାର ଜନସାଧାରଣ ଏବଂ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଥିବା କଥା କହିଛନ୍ତି । ଟିଆରଏସରୁ ଇସ୍ତଫା ଦେବା ପରେ ଏବେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଜୁନ ୧୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ରାଜେନ୍ଦ୍ର ବିଜେପିରେ ସାମିଲ ହୋଇପାରନ୍ତି । ଏ ନେଇ ବିଶ୍ବସ୍ଥ ସୂତ୍ରରୁ ଖବର ମଳିଛି । କିଛି ଦିନ ପୂର୍ବରୁ ସେ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । ସେତେବେଳେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ରାଜେନ୍ଦ୍ରଙ୍କ ବ୍ୟତିତ ଟିଆରଏସର ଆଉ କିଛି ନେତା ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ।

 

Breaking News