ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍କ୍ରlପିଂ ନୀତିରେ ପରିବର୍ତ୍ତନ ଆଣିବା, ରାସ୍ତାରେ ପୁରୁଣା ଗାଡ଼ି ଚଳାଚଳ ୧୫ବର୍ଷ ପରିବର୍ତ୍ତେ ୨୦ବର୍ଷକୁ ବୃଦ୍ଧି କରିବା, ଟ୍ରକ୍ ଭଡ଼ା ଧାର୍ଯ୍ୟ ଆଦି ୫ଦଫା ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ପୂର୍ବ ନିଷ୍ପତ୍ତିକ୍ରମେ ଆସନ୍ତା ୧୧ତାରିଖ ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଅଖିଳ ଭାରତୀୟ ମୋଟର୍ ପରିବହନ କଂଗ୍ରେସ ସମର୍ଥନ କରିଛି। ଫଳରେ, ଅନ୍ତଃରାଜ୍ୟ ମାଲ୍ ପରିବହନ ବନ୍ଦ ରହିବ। ବାହାର ରାଜ୍ୟର ଗାଡ଼ି ଓଡ଼ିଶା ଦେଇ ଯାତାୟାତ କରିବେ। ମାତ୍ର ଓଡ଼ିଶାକୁ କୌଣସିପ୍ରକାର ମାଲ୍ ପରିବହନ କରିପାରିବେ ନାହିଁ। ଏଥିସହ ଧର୍ମଘଟରେ ରାଜ୍ୟର ୨ଲକ୍ଷ ୧୫ହଜାର ଟ୍ରକ୍ ସାମିଲ ହେବେ ସୂଚନା ମିଳିଛି |
More Stories
ହଟିଲା ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା……
ହୋଲି ପାଇଁ ଆସିଲା ଗାଇଡ୍ଲାଇନ୍…..
ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ……