Report Card Odisha

| Daily Odia News

ଦୋଳ ଓ ହୋଲି ପାଇଁ କଟକଣା ଆହୁରି କଡାକଡି କଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଦୋଳ ମେଲଣ ପାଇଁ କଟକଣାକୁ ଆହୁରି କଡାକଡି କରାଯାଇଛି । ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଥିବା ବେଳେ ଦୋଳ ବିମାନ ନେବା ବେଳେ ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ ବାରଣ କରାଯାଇଛି। ଏହାସହ ବିମାନ କାନ୍ଧେଇଥିବା ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ | ସେହିପରି ଦୋଳ ମେଲଣରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧି ସର୍ବାଧିକ ୬୦ ଜଣ ଲୋକ ରହିପାରିବେ। ସର୍ବାଧିକ ଯେମିତି ୬୦ ଜଣ ରହିବେ, ସେନେଇ ଆୟୋଜକ ନିଶ୍ଚିତ କରିବେ। ମେଲଣରେ ଯାତ୍ରା, ମେଲୋଡି, ମୀନାବଜାର ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଏହାସହ ମନ୍ଦିର ଭିତରେ ଦୋଳ ନୀତି ପାଳନ ହେବ, କେହି ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ ବୋଲି ଗାଇଡଲଇନ୍ସରେ ସ୍ପଷ୍ଟ କରାଯଇଛି ।

Breaking News