ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦେଶ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ପରେ ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀର ଚେତବାନୀ ଜାରି କରାଯାଇଛି। ବିସ୍ଫୋରଣର ଏକ ଭିଡିଓ ହୋନୁଲୁଲୁ ଜାତୀୟ ପାଣିପାଗ ସର୍ଭିସେସ ପକ୍ଷରୁ ଟ୍ୱଟରରେ ପୋଷ୍ଟ କରାଯାଇଛି । ବିଶେଷଜ୍ଞଙ୍କ ମତ, ଗତ ୩୦ ବର୍ଷରେ ଏହା ଟୋଙ୍ଗାରେ ହୋଇଥିବା ସବୁଠାରୁ ବଡ଼ ଜ୍ୱାଳାମୁଖୀ ବିସ୍ଫୋରଣ। ସମୁଦ୍ର ପାଇଁ ଦେଶର ଉପକୂଳ ଅଞ୍ଚଳକୁ ମାଡି ଆସିଛି। ଟୋଙ୍ଗା ପାଣିପାଗ ବିଭାଗ ସାରା ଦେଶ ପାଇଁ ସୁନାମୀ ଚେତାବନୀ ଜାରି କରିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ଅନ୍ୟପଟେ ସ୍ଥିତି ଉପରେ ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ଯଦି ସହାୟତା ପାଇଁ ନିବେଦନ କରାଯାଏ ତେବେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ନ୍ୟୁଜିଲାଣ୍ଡ ସେନା ପକ୍ଷରୁ କୁହାଯାଇଛି । ସେପେଟେ ଅଷ୍ଟ୍ରେଲିଆ ମଧ୍ୟ ସତର୍କ ଚେତାବନୀ ଜାରି କରିଛି। ସୂଚନା ଅନୁସାରେ ଏହି ଜ୍ୱାଳାମୁଖୀ ବିସ୍ଫୋରଣ ଟୋଙ୍ଗାର ହଙ୍ଗା ଟୋଙ୍ଗା ହଙ୍ଗା ହାପାଇ ଜ୍ୱଳାମୁଖୀରେ ହୋଇଛି। ଏହି ଜ୍ୱଳାମୁଖୀ ଟୋଙ୍ଗାର ରାଜଧାନୀ ନୁକୁଓଲୋଫା ଠାରୁ 64 କିଲୋମିଟର ଉତ୍ତରରେ ଅବସ୍ଥିତ ।
More Stories
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……
ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି…..
ବିମାନ ଦୁର୍ଘଟଣାରେ ଲୁହା ଜଳିଗଲା, ହେଲେ ସୁରକ୍ଷିତ ଭଗବତ ଗୀତା….