ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶାନ୍ତ ମହାସାଗରରେ ଅନୁଭବ ହୋଇଛି ତୀବ୍ର ଭୂକମ୍ପ। ୭.୭ ତିବ୍ରତାରେ ଆସିଥିବା ଏହି ଭୂକମ୍ପ କାରଣରୁ ବାନୁଅତୁର ସହରରେ ସୁନାମି ପରିସ୍ଥିତି ସୃଷ୍ଟି ହୋଇଛି। ବାନୁଅତୁର ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଛି। ସୁନାମି ସମୟରେ ବଡ ଧରଣର ଜୁଆର ଆସିବାର ସମ୍ଭାବନା ରହିଛି। ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ଅନୁଯାୟୀ, ବର୍ତ୍ତମାନ ସମୟରେ ସୁନାମି ଜୁଆର କମ୍ ପ୍ରଭାବଶାଳୀ ଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ସୂଚନା ଅନୁଯାୟୀ, ସୁନାମି ଜୁଆର ତୀବ୍ର ହୋଇପାରେ। ଫିଜି, କିରିବାତି, ପାପୁଆ ନ୍ୟୁ ଗିନି, ଗୁଆମ୍ ସମେତ ଅନ୍ୟ ପ୍ରଶାନ୍ତ ଦ୍ୱୀପପୁଞ୍ଜରେ ସୁନାମିର ଛୋଟ ଜୁଆର ଆଶା କରାଯାଉଥିଲା, କିନ୍ତୁ ବିପଦକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ସ୍ଥାନଗୁଡିକୁ ମଧ୍ୟ ଚେତାବନୀ ଦିଆଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..