ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶ ପଦ୍ମନଦୀରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଆଜି ସକାଳୁ ଘଟିଥିବା ନେଇ ସୂଚନା ମିଳିଛି । ତେବେ ଏବେବି ଆହୁରି ଅନେକ ପାଣି ଭିତରେ ନିଖୋଜ ଥିବା ସୂଚନା ରହିଛି । ବରିଷ୍ଠ ପୋଲିସ ଅଧିକାରୀ ମିରାଜ ହୋସେନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ – ପୋଲିସ ଖବର ପାଇ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ୨୬ଟି ମୃତଦେହ ମିଳିଛି। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ତେବେ ୫ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି । ନିମ୍ନ ଆଭ୍ୟନ୍ତରୀଣ ଜଳପଥ ଓ ନିରାପତ୍ତା ମାପଦଣ୍ଡ ସତ୍ତ୍ୱେ ପ୍ରତିବର୍ଷ ବାଂଲାଦେଶ ନଦୀ ଘାଟରେ ଏଭଳି ଅଘଟଣ ଘଟୁଛି । ଶହ ଶହ ସଂଖ୍ୟାରେ ଲୋକେ ମୃତ୍ୟୁବରଣ ବି କଲେଣି ବୋଲି ସୂଚନା ମିଳିଛି ।






More Stories
ପ୍ରଦୀପ ଜେନାଙ୍କ ନାମରେ ଜନସ୍ଵାର୍ଥ ମାମଲା ରୁଜୁ…..
ଲୌହ ମାନବ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଏନଡିଏ…..