ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍କେର ବିଜୟ ପାଇଁ ଦଳର ମୁଖ୍ୟ ଏମ୍କେ ଷ୍ଟାଲିନ ଓ କେରଳ ନିର୍ବାଚନରେ ଏଲଡିଏଫର ବିଜୟ ପାଇଁ ପିନାରାଇ ବିଜୟନଙ୍କୁ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ନିର୍ବାଚନରେ ମତଦାନ କରିଥିବା ସମସ୍ତ ମତଦାତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ମମତାଙ୍କୁ ଅଭିନନ୍ଦନ ପୂର୍ବକ ମୋଦୀ ଟୁଇଟ୍ କରିଛନ୍ତି ଯେ ପଶ୍ଚିମବଙ୍ଗବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ। ଏହା ସହିତ କରୋନା ମହାମାରୀକୁ ପ୍ରତିହତ କରିବାରେ ପଶ୍ଚିମବଙ୍ଗକୁ କେନ୍ଦ୍ର ସମସ୍ତ ସହାୟତା ଦେବ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜନାଥ ତାଙ୍କ ଟୁଇଟ୍ରେ ମମତାଙ୍କୁ ତାଙ୍କର ଆଗାମୀ ସରକାର ପାଇଁ ଶୁଭକାମନା କରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାମିଲନାଡୁବାସୀଙ୍କ ଉଦ୍ଦେଶ୍ୟରେ ମୋଦୀ ଲେଖିଛନ୍ତି ଯେ ‘ମୁଁ ପ୍ରତିଶ୍ରୁତି ଦେଉଛି ଯେ ଆମେ ତାମିଲ ସଂସ୍କୃତିର ବିକାଶ ଓ ବିସ୍ତାର ଦିଗରେ କାର୍ଯ୍ୟ କରିଚାଲିବା।’ ନିର୍ବାଚନରେ ଦଳୀୟ କର୍ମକର୍ତ୍ତାଙ୍କୁ କରୋନା ପରିଶ୍ରମକୁ ମୋଦୀ ପ୍ରଶଂସା କରିଛନ୍ତି।
More Stories
ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି…..
ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ,ବିକାଶ ଜିତିଲା….
୪୮ ଆସନ ସହ ଦିଲ୍ଲୀ ଦଖଲ କଲା ବିଜେପି…..