ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷରେ ସରକାରଙ୍କ ନୂଆ ସୂଚନା ପ୍ରଯୁକ୍ତି ଆଇନ ମାନିବାକୁ ରାଜିହେଲା ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି । କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର ଲୋକମାନଙ୍କୁ ଆଲୋଚନାର ଏକ ପ୍ରମୁଖ ମଂଚ ପ୍ରଦାନ କରିବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ । ବିଶ୍ବ ଏବେ ସମ୍ମୁଖୀନ ହେଉଥିବା ଜରୁରି ପରିସ୍ଥିତି ଓ ସଂକଟଜନକ ସ୍ଥିତିରେ ଲୋକମାନଙ୍କୁ ଆଲୋଚନା ସୂଚନା ଆଦାନପ୍ରଦାନର ଏକ ମଂଚ ପ୍ରଦାନ କରିବାକୁ ଟ୍ବିଟର ଅଙ୍ଗୀକାରବଦ୍ଧ। ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଟ୍ବିଟର୍କୁ ଗତ ୬ ତାରିଖ ଦିନ କେନ୍ଦ୍ର ସରକାର ଚୂଡ଼ାନ୍ତ ନୋଟିସ୍ ପଠାଇବା ସହ ଚେତାବନୀ ଦେଇଥିଲେ । କଂପାନିର ଡେପୁଟି ଜେନେରାଲ୍ କାଉନ୍ସେଲ୍ ଜିମ୍ ବେକରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ନୋଟିସ୍ ଜାରି କରାଯାଇଥିଲା । ନିୟମ ପାଳନ କରିବାରେ ଯଦି କଂପାନି ବିଫଳ ହେବ ତେବେ ଆଇଟି ନିୟମ ଅଧୀନରେ ମିଳୁଥିବା ସୁରକ୍ଷା କବଚ ହରାଇବ ଏବଂ କଂପାନି ବିରୋଧରେ ଦଣ୍ଡମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..