ରିପୋର୍ଟ କାର୍ଡ / ଟିଟିଲାଗଡ଼
ଟିଟିଲାଗଡ଼ରେ ତିନି ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୋଷୀକୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ଆଜି ଟିଟିଲାଗଡ଼ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶିବ ପ୍ରସାଦ ପରିଡା, ଜିଲ୍ଲା ଓୟୁଜେ ସଭାପତି ପ୍ରଦୀପ୍ତ ମିଶ୍ର ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ନେଇ ସାମ୍ବାଦିକ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପାଖକୁ ଯାଇଥିଲେ। ତେବେ କଣ୍ଟାବାଞ୍ଜି ବିଦ୍ୟୁତ ବିଭାଗ ଏସଡ଼ିଓ ଜଗନ୍ନାଥ ପତି ଙ୍କ ସମେତ ୫ ଯନ୍ତ୍ରୀ ତଥା କର୍ମଚାରୀ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଏନେଇ ପୋଲିସ ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଖବର ପାଇ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଧାରଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାରେ ଆଜି କଣ୍ଟାବାଞ୍ଜି ଟାଟା ପାୱାର ଏସଡ଼ିଓଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..