ରିପୋର୍ଟ କାର୍ଡ / ବାଲିଗୁଡା
ଫିଲ୍ମ ଷ୍ଟାଇଲରେ ଡକାୟତ ଉଦ୍ୟମ | ପୋଲିସ ବେଶରେ ଡକାୟତ ଉଦ୍ୟମକରି ୨ ଜଣ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବହୁଳ ଭାବେ ଗଞ୍ଜେଇ ଚୋରା ଚାଲାଣ ପରେ ପରେ ଏବେ ଚୋରୀ, ଡକାୟତି, ରାଜହାନୀ ବୃଦ୍ଧି ପାଇବାକୁ ଲାଗିଛି । ପୋଲିସ ପୋଷାକ ପିନ୍ଧି ଡକାୟତି ପାଇଁ ଯୋଜନା କରୁଥିବା ଡକାୟତମାନଙ୍କ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ବାଲିଗୁଡା ପୋଲିସ । ଶୁକ୍ରବାର ମଧ୍ୟ ରାତ୍ରରେ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିଛି ସେମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଡିଜାୟର କାର୍, ବ୍ୟବହୃତ ଲାଠି, ଖେଳନା ବନ୍ଧୁକ ଜବତ କରିଛି ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….