ରିପୋର୍ଟ କାର୍ଡ / ବଲାଙ୍ଗୀର
ବଙ୍ଗାଲୀର ଜିଲ୍ଲା ମୁରିବାହାଲ ସାଲେପଡା ରେଳ ଧାରଣାରୁ ଜଣେ ବିବାହିତା ମହିଳା ଏବଂ ତାଙ୍କର ପ୍ରେମିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି | ମୃତ ବିବାହିତ ମହିଳାଜଣଙ୍କ ହେଲେ ବାଲଦାସ ଗାଁର ପୂଜା ରଣା ଏବଂ ପ୍ରେମିକ ହେଲେ ଘଣ୍ଟବାହାଲ ଗାଁର କୃଷ୍ଣଚନ୍ଦ୍ର ରଣା । ଦୁଇ ଜଣଙ୍କ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା। ଦୁଇ ଜଣଙ୍କ ପରିବାର ତାଙ୍କ ପ୍ରେମକୁ ନେଇ ଅନେକ ସମୟରେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ଏବଂ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସୋମବାର ରାତିରେ ଦୁଇ ଜଣଙ୍କର ପରିବାର ଥାନାରେ ଆପୋଷ ବୁଝାମଣା ହୋଇଥିବା ବେଳେ ବିବାହିତ ମହିଳା ତାଙ୍କ ସ୍ବାମୀଙ୍କ ସହ ନ ରହି ପ୍ରେମିକଙ୍କ ସହ ରହିବାକୁ ଜିଦ ଧରିଥିଲେ। ପରେ ଦୁଇ ପରିବାର ଲୋକ ଦୁଇ ଜଣଙ୍କୁ ଛାଡ଼ି ଦେଇଥିଲେ। ଆଜି ସକାଳେ ଉଭୟଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..