ରିପୋର୍ଟ କାର୍ଡ / ଗଜପତି
ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କର ମୃତ୍ୟୁ ହୋଇଛି | ଘଟଣା ଘଟିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ।ସେମାନେ ହେଲେ ରମ୍ଭା ନିକଟସ୍ଥ ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ ମାମୁଁଭଣଜା | ସୂଚନା ଅନୁସାରେ- ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ କରାଯାଉଛି। ଗତକାଲି ସନ୍ଧ୍ୟା ସମୟରେ ମଧ୍ୟ ପଥର ବ୍ଲାଷ୍ଟିଂ କରାଯାଉଥିଲା। ଦୁହେଁ ମାମୁ ଭଣଜା ସେଠାରେ ଠିଆ ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବଡ଼ ପଥର ପଡ଼ିଯାଇଥିଲା। ଦୁହେଁ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି |






More Stories
ଆମ ବସ୍’ ଯାତ୍ରା ମାଗଣା…..
ନଦୀରେ ଓଲଟିଲା ଡଙ୍ଗା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..