Report Card Odisha

| Daily Odia News

ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ, ମାନ୍ୟବର ରାଷ୍ଟ୍ରପତି ଆଜି ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।

Breaking News