ରିପୋର୍ଟ କାର୍ଡ / ପୁରୀ
ପୁରୀ ବଡଦାଣ୍ଡରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା । ଫଳରେ ୨ ପର୍ଯ୍ୟଟକ ଆହତ ହୋଇଛନ୍ତି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୈଜୟନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପିକଅପ୍ ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଡ୍ରାଇଭରକୁ ଟାଉନ ଥାନାରେ ଅଟକ ରଖାଯାଇଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..