ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି | ଏହି ସ୍ଥିତିକୁ ଦେଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲି ନାହିଁ | ଏହା କେବେଠାରୁ ଖୋଲିବ ସେନେଇ ସୋମବାର ନିଷ୍ପତ୍ତି ଆସିପାରେ। ଏନେଇ ଆଜି ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଯାଇଛି । ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ । ୟୁଜି ଓ ପିଜିର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କର ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ । ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ସଠିକ ପଦକ୍ଷେପ ନେଇପାରୁ ନାହାନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ନିର୍ଦେଶ ଆସିବ । ନିକଟରେ ୟୁଜିସି ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇଥିଲା । ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ୩ଟି ସେମିଷ୍ଟର ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ, ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇ ନାହିଁ । ଆଜି ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଅଗଷ୍ଟ ୧୦ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଅଗଷ୍ଟ ଅନଲକ୍ ଗାଇଡଲାଇନରେ ସରକାର ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଖୋଲିବାକୁ ଅନୁମତି ଦେଇଛନ୍ତି ।
More Stories
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..