ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ଭେଟଘାଟ ଦିଲ୍ଲୀରେ ହେବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଦିଲ୍ଲୀପ ୱାଲସେ ପାଟିଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ଏହି ପ୍ରତିନିଧି ଦଳରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱର ମଧ୍ୟ ରହିବେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ମରାଠା ଏବଂ ଓବିସି ସଂରକ୍ଷଣ ସହ ବାତ୍ୟା ତଉକତେ ସହାୟତା ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ଗତ ମାସରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ରାଜ୍ୟରେ ଥିବା ମରାଠା ସଂପ୍ରଦାୟର ଲୋକଙ୍କୁ ଏସଇବିସି ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ଏହା ଦ୍ୱାରା ଶିକ୍ଷାନୁଷ୍ଠାନରେ ସେମାନଙ୍କ ପାଇଁ ୧୨% ଓ ସରକାରୀ ଚାକିରି କ୍ଷେତ୍ରରେ ୧୩% ଆସନ ସଂରକ୍ଷଣ ହୋଇ ରହିପାରିବ । ଏହାପୂର୍ବରୁ ମହାରାଷ୍ଟ୍ର ସରକାର ଆପଣାଇଥିବା ମରାଠା ସଂରକ୍ଷଣ ବ୍ୟବସ୍ଥାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିଲେ। ୨୦୧୮ରେ ମରାଠା ସଂରକ୍ଷଣ ଆଇନକୁ ସରକାର ଲାଗୁ କରିଥିଲେ। ହେଲେ ଏହି ଆଇନ ଦ୍ୱାରା ରାଜ୍ୟରେ ମୋଟ ସଂରକ୍ଷଣ ୫୦% ଅତିକ୍ରମ କରିଯାଉଥିବାରୁ, ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ। ନିୟମ ଅନୁସାରେ, କୌଣସି ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇପାରିବ ନାହିଁ ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..